ଭାରତୀୟ ବଂଶୋଦ୍ଭବ ଅଞ୍ଜଳିଙ୍କୁ ମଳିଲା ଗୁରୁଦାୟିତ୍ୱ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ଆଇନ ବିଶେଷଜ୍ଞ ଅଞ୍ଜଳି ଚତୁର୍ବେଦୀଙ୍କୁ ବରିଷ୍ଠ ବ୍ୟାପାର ବିଭାଗ ଜେନେରାଲ କାଉନ୍‌ସଲ୍‌ ଭାବେ ମନୋନୀତ କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଓ ସେବା ଯୋଗାଇବା ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ।

ଆମେରିକା ଆଇନ ବିଭାଗରେ ସେ ଡେପୁଟି ଆସିଷ୍ଟାଣ୍ଟ ଆଟର୍ନି ଜେନେରାଲ ଥିଲେ। ସେ ସରକାରର ୩ ବିଭାଗରେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ନର୍ଥ୍ରୋପ ଗ୍ରୁମାନ କର୍ପୋରେଶନର ଆସିଷ୍ଟାଣ୍ଟ କାଉନସଲ ଏବଂ ଡାଇରେକ୍ଟର ଅଫ୍‌ ଇନ୍‌ଭେଷ୍ଟିଗେଶନ ଥିଲେ। ଏପରିକି ସେ ବ୍ରିଟିଶ ପେଟ୍ରୋଲିୟମର ଆସିଷ୍ଟାଣ୍ଟ ଜେନେରାଲ କାଉନସଲ ମଧ୍ୟ ରହିଥିଲେ।

Share