ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କଲେ ବାଇଡେନ୍‌

ଓ୍ବାଶିଂଟନ,୨୨ା୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ନୈଶ୍ୟଭୋଜିର ଆୟୋଜନ କରିଥିଲେ। ବାଇଡେନ୍‌ ଦମ୍ପତି ମୋଦିଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଥିଲେ। ମୋଦି ରାଷ୍ଟ୍ରପତି ବାଇଡେନ୍‌ଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ। ଏହି ଅବସରରେ ବାଇଡେନ୍‌ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ମୋଦି ଟୁଇଟ୍‌ କରିଛନ୍ତି। ବାଇଡେନ୍‌ ଦମ୍ପତି ଓ ପ୍ରଧାନମନ୍ତ୍ରୀ ଭାରତୀୟର ସଙ୍ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଆମରେିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍‌ ସୁଲିଭାନ୍‌ ଏବଂ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲ ସେମାନଙ୍କ ସହ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ରାଷ୍ଟ୍ରପତି ବାଇଡେନ୍‌ ଏବଂ ଫାଷ୍ଟ ଲେଡି ଗୁରୁବାର ଷ୍ଟେଟ୍‌ ଡିନରର ଆୟୋଜନ କରିଥିଲେ। ଏଥିରେ ୪୦୦ ଅତିଥି ଯୋଗ ଦେଇଥିଲେ।

Share