ଶି’ ଜିନପିଙ୍ଗଙ୍କୁ ନେଇ ଏମିତି କହିଲେ ବାଇଡେନ

ଓ୍ବାଶିଂଟନ,୧ା୯: ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗ ଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ କରିଛନ୍ତି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବାଇଡେନଙ୍କ ସମେତ ବହୁ ବିଶ୍ୱ ନେତା ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଯାହା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ହେବ।

ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ। ଯେତେବେଳେ ଜିନ୍‌ପିଙ୍ଗ୍‌ ସମ୍ମିଳନୀରେ ଅଂଶଗ୍ରହଣ ବିଷୟରେ ସାମ୍ବାଦିକମାନେ ପଚାରିଥିଲେ, ବାଇଡେନ କହିଛନ୍ତି, ମୁଁ ଆଶା କରୁଛି ଯେ, ସେ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ।

ଏହି ସମୟରେ, ଏସିଆ ସୋସାଇଟି ପଲିସି ଇନ୍‌ଷ୍ଟିଚ୍ୟୁଟ (ଏସ୍‌ପିଆଇର)ର  ନିର୍ଦ୍ଦେଶକ ଫରଓ୍ବା ଆମେର କହିଛନ୍ତି, ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜିନ୍‌ପିଙ୍ଗ୍‌ ଅଂଶ ନ କ କଲେ ଏଥିରୁ ସ୍ପଷ୍ଟ ହୋଇଯିବ ଯେ, ଭାରତ କିମ୍ବା ଏହା ନେତୃତ୍ୱ ଉପରେ ଚାଇନା ରାଜି ନୁହେଁ।

Share