ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି।

ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍‌ଠାରୁ ଜନସଂଖ୍ୟାକୁ ପୃଥକ୍‌ କରିବା ପାଇଁ ଏକ ନିରାପଦ କରିଡର ଆହ୍ବାନ କରିଥିଲେ। ଇସ୍ରାଏଲର ନେତା ନେତାନ୍ୟାହୁଙ୍କୁ ବାଇଡେନ ଜୋର୍‌ ଦେଇଛନ୍ତି, ଗାଜାରେ ଅଧିକ ସହାୟତା ଆବଶ୍ୟକ।

ୟୁକ୍ରେନ ଏବଂ ଇସ୍ରାଏଲକୁ ନୂତନ ସହାୟତା ଅର୍ଥ ଯୋଗାଇବା ଏବଂ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ ଦେଶାନ୍ତର ପ୍ରକ୍ରିୟା ବିସ୍ତାର କରିବାକୁ ବାଇଡେନ ପ୍ରଶାସନ ବିଚାର କରୁଛି ବୋଲି ଏକ ସୂତ୍ରରୁ ପ୍ରକାଶ।

ହ୍ବାଇଟ୍‌ ହାଉସ ଏବଂ ଆମେରିକା କଂଗ୍ରେସ ଏକ ଚୁକ୍ତିନାମା ସ୍ବାକ୍ଷର କରିବାକୁ ଯାଉଛନ୍ତି। ଯାହା ଇସ୍ରାଏଲ ଏବଂ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇବ। ଉଲ୍ଲେଖଯୋଗ୍ୟ, ବେଆଇନ ଭାବେ ଆମେରିକା ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ହ୍ରାସ କରିବାକୁ ଅତିରିକ୍ତ ପଦକ୍ଷେପ ବିନା ୟୁକ୍ରେନକୁ ଅଧିକ ଅର୍ଥ ଅନୁମୋଦନ କରିବାକୁ ରିପବ୍ଲିକାନ୍‌ମାନେ ମନା କରି ଦେଇଛନ୍ତି।

Share