ଓ୍ବାଶିଂଟନ,୧୪।୩ : ଆମେରିକାରେ ବଢୁଥିବା ବନ୍ଧୁକ ସଂସ୍କୃତିକୁ ରୋକିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ବନ୍ଧୁକ ଅପବ୍ୟବହାରକୁ ରୋକିବା ପାଇଁ ରାଷ୍ଟ୍ରପତି ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରି ଏହାକୁ ମଞ୍ଜୁରୀ ଦେବାର ଯୋଜନା ରହିଥିବା ଚର୍ଚ୍ଚା ହେଉଛି। ଦେଶରେ ବିଭିନ୍ନ ଗୁଳିକାଣ୍ଡ ପରେ ଅସ୍ତ୍ରଶସ୍ତ୍ରର ଅପବ୍ୟବହାରକୁ ରୋକିବା ନେଇ ବିତର୍କ ଆରମ୍ଭ ହୋଇଛିି।
ଜାନୁଆରୀରେ, ଲସ ଆଞ୍ଜେଲସ ନିକଟରେ ହୋଇଥିବା ଗୁଳିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ନୂତନ ଆଦେଶ କାର୍ଯ୍ୟକାରୀ ହେବାପରେ, ବନ୍ଧୁକ କ୍ରୟକାରୀଙ୍କ ଅଧିକ ପୁଙ୍ଖାନୁପୁଙ୍ଖ ପୃଷ୍ଠଭୂମି ଯାଞ୍ଚ ପାଇଁ ଅନୁମତି ଦେବ ଏବଂ ଉନ୍ନତ ତଥା ଅଧିକ ସୁରକ୍ଷିତ ଅସ୍ତ୍ରଶସ୍ତ୍ର ସଂରକ୍ଷଣକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ଯେ ଗତ ଗ୍ରୀଷ୍ମରେ ପ୍ରଣୀତ ବନ୍ଧୁକ ନିୟନ୍ତ୍ରଣ ଆଇନକୁ ଆଇନ ପ୍ରଣୟନକାରୀ ସଂସ୍ଥା ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିପାରିବ।