ଶିଡ଼ିରେ ଝୁଣ୍ଟିଲେ ବାଇଡେନ, ସାହାରା ଦେଲେ ଜୋକୋ, ଭିଡ଼ିଓ ଭାଇରାଲ…

ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓରେ ବାଇଡେନ ଶିଡ଼ିରେ ଚାଲୁଥିବା ସମୟରେ ଝୁଣ୍ଟି ପଡ଼ିବାର ଦେଖିବାକୁ ମିଳୁଛି। ତେବେ ତାଙ୍କ ସହ ଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ତାଙ୍କୁ ଧରି ସାହାରା ଦେଉଥିବାର ଦେଖିବାକୁ ମିଳୁଛି। ବାଲିରେ ଥିବା ଏକ ସୁନ୍ଦରୀବନରେ ପହଞ୍ଚିବା ପରେ ଶିଡ଼ିରେ ସେ ଝୁଣ୍ଟି ପଡ଼ିଥିଲେ।

Share