ଭିଏତନାମା ଗସ୍ତ କରିବେ ବାଇଡେନ

ଓ୍ବାଶିଂଟନ୍‌,୯।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେଡ଼ ଭିଏତନାମା ଗସ୍ତ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଭିଏତନାମ ଆମେରିକା ସହ ସମ୍ପର୍କ ବଢାଇବାକୁ ଚାହୁଁଛି ଏବଂ ଏକ ପ୍ରମୁଖ ଅଂଶୀଦାର ହେବାକୁ ଚେଷ୍ଟା କରୁଛି। ତେଣୁ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ସେ ଭିଏତନାମା ଗସ୍ତ କରିବେ। ନ୍ୟୁ ମେକ୍ସିକୋରେ ଏକ ରାଜନୈତିକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଇଡେନ ଏହି ମନ୍ତବ୍ୟ ଦେଇଛନ୍ତି।

ଏନେଇ ହ୍ବାଇଟ୍‌ ହାଉସର ମୁଖପାତ୍ର କହିଛନ୍ତି, ଭିଏତନାମ ପ୍ରଧାନମନ୍ତ୍ରୀ ଫାମ ମିନ ଚିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏସିଆ ସହ ସମ୍ପର୍କକୁ ମଜବୁତ କରିବାକୁ ଇଛା ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁଇ ଦେଶ ମଧ୍ୟରେ ସାମରିକ ଚୁକ୍ତି ଏବଂ ଆମେରିକାର ଅସ୍ତ୍ରଶସ୍ତ୍ର ଯୋଗାଣ ଅନ୍ତର୍ଭୁକ୍ତ ହୋଇପାରେ।

Share