କ୍ୟାପିଟଲ୍‌ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍‌

ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସ୍‌ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍‌-୧୯ କଟକଣା ସହ ଶପଥ ଗ୍ରହଣ ଉତ୍ସବକୁ ଐତିହାସିକ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଆମେରିକା କ୍ୟାପିଟଲ୍‌ ବିଲ୍ଡିଂ ବାହାରେ ବାଇଡେନ୍‌ ଓ ହାରିସ୍‌ ଶପଥ ନେବେ ବୋଲି ସେମାନଙ୍କ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଯୋଗଦେବେ କି ନାହିଁ ଜଣାପଡ଼ିନାହିଁ। କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଥିଲେ ହେଁ ସର୍ବସାଧାରଣଙ୍କୁ ମିଳିବାକୁ ଆଉ କିଛିମାସ ସମୟ ଲାଗିବ। ସେଥିପାଇଁ ଶପଥ ଗ୍ରହଣ ଉତ୍ସବଠାରୁ ଦୂରେଇ ରହିବାକୁ ସମର୍ଥକମାନଙ୍କୁ ଅନୁରୋଧ କରାଯାଇଛି। କୋଭିଡ୍‌ କଟକଣା ପାଇଁ ଉତ୍ସବକୁ ସୀମିତ କରାଯିବ।

Share