ଜି-୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟଙ୍କୁ ଭେଟିବେ ବାଇଡେନ

ଓ୍ବାଶିଂଟନ,୨୧ା୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ମାସରେ ଭାରତର ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାଉଦି ଆରବ ମୁଖ୍ୟ ତଥା କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ସହ ଆଲୋଚନା କରିବାକୁ ଚିନ୍ତା କରୁଛନ୍ତି ବୋଲି ଆକ୍ସିଓସ  ସୂତ୍ରରୁ ସୋମବାର ପ୍ରକାଶ।
ହ୍ବାଇଟ୍‌ ହାଉସ ସାଉଦି ସରକାରଙ୍କ ସହ ରିୟାଦ ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଏବଂ ସାଉଦି ଆରବ ଏବଂ ଇସ୍ରାଏଲ ମଧ୍ୟରେ ସ୍ବାଭାବିକ ଚୁକ୍ତିନାମାକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି।

Share