Advertisement

ବିଡେନ୍‌ଙ୍କ କ୍ୟାମ୍ପେନ୍‌ ଡିଜିଟାଲ ଚିଫ୍‌ ମେଧା ରାଜ୍‌

ଓ୍ବାଶିଂଟନ,୧।୭: ପ୍ରବାସୀ ଭାରତୀୟ ମେଧା ରାଜ୍‌ଙ୍କୁ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବିଡେନ୍‌ଙ୍କ ଡିଜିଟାଲ ପ୍ରଚାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କରୋନା ଯୋଗୁ ଆମେରିକାରେ ଭର୍ଚୁଆଲ ପ୍ରଚାର ଉପରେ ପ୍ରାଧାନ୍ୟ ଦିଆଯାଉଥିବାରୁ ମେଧାଙ୍କ ଗୁରୁଦାୟିତ୍ୱ ବଢ଼ିଯାଇଛି। ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ରାଜନୀତିରେ ସ୍ନାତକ ପାସ୍‌ କରିଥିବା ମେଧା ଷ୍ଟାଣ୍ଡଫୋର୍ଡ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ କରିଥିଲେ। ନିର୍ବାଚନକୁ ଆଉ ୧୩୦ ଦିନ ବାକି ରହିଥିବା ବେଳେ ଏବେଠାରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମେଧା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share