ବାଇଡେନ୍‌ଙ୍କ ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କୋଟିଏରୁ ଅଧିକ ପ୍ରବାସୀଙ୍କୁ ମିଳିବ ନାଗରିକତ୍ୱ

ଓ୍ବାଶିଂଟନ, ୧୫।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କ ହାତେଇବା ପାଇଁ ଡେମୋକ୍ରାର୍ଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ୍‌ ଲୋଭନୀୟ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। ବାଇଡେନ୍‌ କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଦେଶରେ ବେଆଇନଭାବେ ବସବାସ କରୁଥିବା କୋଟିଏ ୧୦ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନ କରାଯିବ। ସେହିପରି କରୋନା ମହାମାରୀ ବିରୋଧରେ ଲଢ଼େଇ, ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା, ପୃଥିବୀରେ ଆମେରିକାର ନେତୃତ୍ୱକୁ ସୁଦୃଢ଼ କରିବା ଆଦି କାର୍ଯ୍ୟକୁ ବାଇଡେନ୍‌ ଗୁରୁତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳରେ ହୋଇଥିବା ଭୁଲର ସୁଧାର ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Share