ବାଇଡେନ୍‌ଙ୍କ ପ୍ଲାନ୍‌-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…

ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି। ତେବେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନ ରୁଷିଆକୁ ଟକ୍କର ଦେବାରେ ଲାଗିଛି। ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ଅସ୍ତ୍ର ଯୋଗାଉଛନ୍ତି।

କିନ୍ତୁ ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ଲାନ୍‌-ବି ମଧ୍ୟ ସାମ୍ନାକୁ ଆସିଛି। ରୁଷିଆ ସହିତ ସିଧାସଳଖ ଯୁଦ୍ଧ କରିବା ପରିବର୍ତ୍ତେ ଆମେରିକା ପରଦା ପଛରେ ରହି ୟୁକ୍ରେନକୁ ଅନ୍ୟ ଉପାୟରେ ସାହାଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ଖବର ଅନୁଯାୟୀ, ଆମେରିକା ରୁଷିଆର ମୁକାବିଲା ପାଇଁ ପୋଲାଣ୍ଡକୁ ଉସୁକାଉଛି। ତେବେ ପୋଲାଣ୍ଡ ମଧ୍ୟ ଆମେରିକା ସାମ୍ନାରେ ଏନେଇ ଏକ ସର୍ତ୍ତ ରଖିଛି। ଏଥିରେ ୟୁକ୍ରେନର ସହାୟତା ବଦଳରେ ଆମେରିକାରୁ ଏକ ଆଧୁନିକ ଯୁଦ୍ଧ ବିମାନ ଦାବି କରାଯାଇଛି। ଏହି ଚୁକ୍ତି ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ଚର୍ଚ୍ଚା ହେଉଛି।

ଆମେରିକାର ଚାରିଜଣ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ପୋଲାଣ୍ଡ ଏହାର ବ୍ୟବହୃତ ମିଗ-୨୯ ଏବଂ ସୁଖୋଇ-୨୫ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଯୋଗାଇ ଦିଏ, ତେବେ ଆମେରିକା ଏହାର ପ୍ରତିବଦଳରେ ଏଫ୍‌-୧୬ ଯୁଦ୍ଧ ବିମାନ ଦେଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହାଯ୍ୟ ପାଇଁ ଆମେରିକାକୁ ନିବେଦନ କରିବା ପରେ ଏହି ଚୁକ୍ତି ଏବେ ସାମ୍ନାକୁ ଆସିଛି।

ବାଇଡେନ ପ୍ରଶାସନ ଏବଂ ପୋଲାଣ୍ଡ ମଧ୍ୟରେ ଏହି ଚୁକ୍ତି ସାମ୍ନାକୁ ଆସିବା ପରେ ନାଟୋ ଏବଂ ପୁଟିନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପୋଲାଣ୍ଡ ଗତ ସପ୍ତାହରେ କହିଥିଲା ଯେ ଯଦି ୟୁକ୍ରେନକୁ ବିମାନ ପଠାଇଲେ ଆମେରିକା ଏହାର ଆତ୍ୟାଧୁନିକ ଯୁଦ୍ଧ ବିମାନର ଅଭାବକୁ ପୂରଣ କରିବ।

ପୋଲାଣ୍ଡର ନିଷ୍ପତ୍ତିକୁ ବିରୋଧ ନକରି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଥିଲା ଯେ କିପରି ପୋଲାଣ୍ଡର ଦକ୍ଷତା ବୃଦ୍ଧି କରିପାରିବେ ସେନେଇ ନାଟୋ ସହଯୋଗୀମାନଙ୍କ ସହ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ନାଟୋ ଏବଂ ପୁଟିନଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହୋଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri