୨୦୨୪ ନିର୍ବାଚନ ଲଢ଼ିବାକୁ ବାଇଡେନ୍‌ଙ୍କ ଯୋଜନା

ଓ୍ବାଶିଂଟନ, ୧୧।୪: ୨୦୨୪ ନିର୍ବାଚନ ଲଢ଼ିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୋଜନା କରୁଥିବା କହିଛନ୍ତି। ତେବେ ସେ ଏନେଇ ଘୋଷଣା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟିକ୍‌ ପ୍ରାର୍ଥୀ ହେବାକୁ ଚାହାନ୍ତି। ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା କହିଛନ୍ତି। ବାଇଡେନ୍‌ଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ହ୍ବାଇଟ୍‌ ହାଉସ୍‌ର ଉପଦେଷ୍ଟାମାାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କେତେକ ସୂତ୍ରରୁ କୁହାଯାଇଛି।

Share