ବାଇଡେନ୍‌ଙ୍କ ନୀତି ଉପଦେଷ୍ଟା ନୀରା ଟଣ୍ଡେନ

ଓ୍ବାଶିଂଟନ, ୭।୫: ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡେନ୍‌ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନର ଘରୋଇ ନୀତି ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି। ଭାରତୀୟ-ଆମେରିକୀୟ ପବ୍ଲିକ୍‌ ପଲିସି ବିଶେଷଜ୍ଞ ୫୨ ବର୍ଷୀୟା ଟଣ୍ଡେନ୍‌ ସୁସାନ ରାଇସ୍‌ଙ୍କ ସ୍ଥାନ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ର ୩ ମୁଖ୍ୟ ନୀତି ପରିଷଦ ମଧ୍ୟରୁ କୌଣସିର ନେତୃତ୍ୱ ନେବାରେ ସେ ପ୍ରଥମ ଏସୀୟ-ଆମେରିକୀୟ। ୨୦୨୧ରେ ଟଣ୍ଡେନ୍‌ ଆମେରିକା ପ୍ରଶାସନରେ ଜଣେ ବରିଷ୍ଠ ଉପଦେଷ୍ଟା ଭାବେ ଯୋଗ ଦେଇଥିଲେ। ତାଙ୍କର ପବ୍ଲିକ୍‌ ପଲିସି ଉପରେ ୨୫ ବର୍ଷର ଅଭିଜ୍ଞତା ରହିଛି। ସେ ୩ ଜଣ ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟ କରିଥିବାବେଳେ ପାଖାପାଖି ୧୦ ବର୍ଷ ହେଲା ଅନ୍ୟତମ ବୃହତ୍‌ ଥିଙ୍କ୍‌ ଟ୍ୟାଙ୍କ୍‌ର ନେତୃତ୍ୱ ନେଇଆସୁଥିଲେ।

Share