ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ, ଭିଡିଓ ଭାଇରାଲ…

ଓ୍ବାଶିଂଟନ,୧୮।୧୨: ଡେଲାୱେରର ୱେମିଙ୍ଗଟନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭେନ ସହିତ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ରବିବାର ବାଇଡେନଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ଯେତେବେଳେ ତାଙ୍କ ସ୍ତ୍ରୀ ଜିଲ ବାଇଡେନ ଏବଂ ତାଙ୍କ କର୍ମଚାରୀଙ୍କ ସହ ଏକ ଇଭେଣ୍ଟ ଛାଡିଥିଲେ ସେତେବେଳେ ଏହି ଘଟଣା ଘଟିଥିଲା। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ଘଟି ନାହିଁ।

ରାଷ୍ଟ୍ରପତିଙ୍କ କନଭେନ ସହିତ ମୁହାଁମୁହିଁ ହେବା ପରେ ଫୋର୍ଡ କାର ଛକ ଆଡକୁ ଯିବାକୁ ଚେଷ୍ଟା କରୁଥିଲା, କିନ୍ତୁ ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀମାନେ ଏହାକୁ ଅସ୍ତ୍ରଶସ୍ତ୍ରରେ ଘେରି ରହିଥିଲେ। କାର ଡ୍ରାଇଭରକୁ ହାତ ଉପରକୁ ଉଠାଇ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା।

ଏହି ସମୟରେ ରାଷ୍ଟ୍ରପତି ବାଇଡେନ ତାଙ୍କ ଗାଡି ଭିତରକୁ ଦୌଡି ପଳାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣା ସମ୍ପର୍କରେ ସିକ୍ରେଟ ସର୍ଭିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

 

Share