ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ : ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌

ଓ୍ବାଶିଂଟନ, ୨୩।୧: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ୨୦୦ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ସୁରକ୍ଷା କାର୍ଯ୍ୟରେ ୨୫ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। ଅନ୍ୟମାନଙ୍କର ନମୁନା ପରୀକ୍ଷା ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁରକ୍ଷାକର୍ମୀମାନେ ଘରକୁ ଫେରିବା ସମୟରେ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ୍‌ ଗାଇଡ୍‌ଲାଇନ୍‌ ଆଧାରରେ ସମ୍ପୃକ୍ତ ସ୍ବାସ୍ଥ୍ୟ ଯାଞ୍ଚ୍‌ କରାଇଥିଲେ। କରୋନା ପଜିଟିଭ ସୁରକ୍ଷାକର୍ମୀଙ୍କୁ ଆଇସୋଲେଶନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।

Share