ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଓ୍ବାଶିଂଟନକୁ ଅଭେଦ୍ୟ କିଲ୍ଲାରେ ପରିଣତ କରାଯାଇଛି। ସହରରେ ୨୫ ହଜାର ସୈନ୍ୟଙ୍କୁ ମୁତୟନ କରାଯାଇଛି। ଏହା ସହିତ ହ୍ବାଇସ୍ ହାଉସ୍ ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ୍ ବ୍ୟବସ୍ଥା ଜାରି ରହିଛି ଏବଂ ଭିଡ଼କୁ ହଟାଯାଉଛି। ଏଠାକାର ଅଞ୍ଚଳକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ହ୍ବାଇଟ୍ ହାଉସ୍କୁ ସଂଯୋଗ କରୁଥିବା କେତେକ ରାସ୍ତାରେ ୮ ଫୁଟ ଉଚ୍ଚା ଅସ୍ଥାୟୀ ଅବରୋଧକ ଲଗାଯାଇଛି