ବାଉଳା ହେଉଛନ୍ତି ବାଇଡେନ; ଜେଲେନସ୍କିଙ୍କୁ ‘ପୁଟିନ’, କମଲା ହାରିସଙ୍କୁ ‘ଟ୍ରମ୍ପ’ ସମ୍ବୋଧନ କଲେ

ନୂଆଦିଲ୍ଲୀ,୧୨ା୭: ବାର୍ଦ୍ଧକ୍ୟ ଜନିତ ସମସ୍ୟା କାରଣରୁ ଅନେକ ସ୍ଥାନରେ ଲୋକହସା ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନାଟୋ ବୈଠକ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ”ରାଷ୍ଟ୍ରପତି ପୁଟିନ” ଏବଂ ଖବରଦାତା ସମ୍ମିଳନୀରେ କମଳା ହାରିସଙ୍କୁ ”ଟ୍ରମ୍ପ” ବୋଲି ସମ୍ବୋଧନ କରିଥିଲେ। ଏହି ଭୁଲ ସେ ଏପରି ସମୟରେ କରିଛନ୍ତି ଯେତେବେଳେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ପ୍ରାଥୀତ୍ୱକୁ ନେଇ ପ୍ରଶ୍ନ ଉଠୁଛି। ବାଇଡେନଙ୍କ ଏହି ବାଉଳାମି ପାଇଁ କୁହାଯାଉଛି ଯେ, ତାଙ୍କର ସମର୍ଥକମାନେ ମଧ୍ୟ ତାଙ୍କୁ ନିର୍ବାଚନ ଦୌଡରୁ ଓହରିଯିବାକୁ ଅପିଲ କରୁଛନ୍ତି।

ତେବେ ଜୋ ବାଇଡେନ ତାଙ୍କ ଭୁଲକୁ ସଂଶୋଧନ କରି କହିଛନ୍ତି ଯେ ପୁଟିନଙ୍କୁ ପରାସ୍ତ କରିବା ଉପରେ ତାଙ୍କର ଧ୍ୟାନ ରହିଛି। ତାଙ୍କର ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ନିର୍ବାଚନରେ ​​ତାଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ ଉଠିଛି। ବାଇଡେନଙ୍କୁ ଏବେ ୮୧ ବର୍ଷ ବୟସ ଏବଂ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ଅଛନ୍ତି। ତେବେ ବାଇଡେନଙ୍କ ନିଜ ଦଳର ନେତା ଡେମୋକ୍ରାଟ୍ସ ତାଙ୍କୁ ରାଷ୍ଟ୍ରପତି ଦୌଡରୁ ଓହରିବାକୁ ନିବେଦନ କରୁଛନ୍ତି।

Share