ଯୁବତୀଙ୍କ ପରି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ବାଇଡେନଙ୍କ ସ୍ତ୍ରୀ

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍‌ ବାଇଡେନ ଫିଟ୍‌ନେସ ଟାଇଟ୍‌ସ, ବ୍ଲାକ୍‌ ହିଲ୍‌ ବୁଟ୍‌ସ ଏବଂ ଲେଦରର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହା ପରେ ଜିଲ୍‌ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି।

ଜିଲ୍‌ଙ୍କ ଏହି ଫ୍ୟାଶନ ସେନ୍ସ ଦେଖି ସୋସିଆଲ ମିଡିଆରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଜିଲ୍‌ ୭୦ ବର୍ଷରେ ୧୭ ବର୍ଷୀୟ ଯୁବତୀ ପରି ଡ୍ରେସ୍‌ ପିନ୍ଧିଛନ୍ତି। ଏହା ପରେ ଆଉ ଜଣେ ୟୁଜର କହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିୟା ଟ୍ରମ୍ପଙ୍କ ପରି। କିଛି ଲୋକ ଜିଲ୍‌ଙ୍କୁ ସମର୍ଥନ ବି କରିଛନ୍ତି। କାଲିଫର୍ନିଆରୁ ଓ୍ବାଶିଂଟନ ଆସୁଥିବା ଫ୍ଲାଇଟ୍‌ରେ ଜିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ବାଇଡେନ ଏକ କଳା ରଙ୍ଗର ଶର୍ଟ ପିନ୍ଧିଥିବା ବେଳେ ପ୍ୟାଣ୍ଟ ଏବଂ ମାସ୍କ ମଧ୍ୟ କଳା ରଙ୍ଗର ପିନ୍ଧିଥିଲେ।

Share