ଓ୍ବାଶିଂଟନ,୮।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର କ୍ୟାପିଟାଲ ହିଲ ଉପରେ ୟୁନିୟନର ରାଜ୍ୟକୁ ସମ୍ବୋଧିତ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଅଭିଭାଷଣ ପୂର୍ବରୁ, ଏପରି କିଛି ଘଟିଥିଲା ଯାହାକୁ ସମସ୍ତେ ଦେଖୁଥିଲେ । ସୋସିଆଲ ମିଡିଆରେ ମଧ୍ୟ ଏହି ଭାଇରାଲ ଭିଡ଼ିଓକୁ ନେଇ ଅନେକ ଆଲୋଚନା ହେଉଛି ।
ପ୍ରକୃତରେ, ସମସ୍ତ ସଦସ୍ୟ ବାଇଡେନଙ୍କ ଭାଷଣ ଶୁଣିବା ପାଇଁ ହଲରେ ବସିଥିଲେ। ସଭାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ସ୍ବାମୀ ଡଗ ଏମହାଫ ସାମିଲ ହୋଇ ଥିଲେ। ଦୁହେଁ ପରସ୍ପର ପାଖରେ ବସିଥିଲେ। ବାଇଡେନଙ୍କ ଭାଷଣ ଆରମ୍ଭ ହେବା ପୂର୍ବରୁ ଜିଲ ବାଇଡେନ ହଲ ଭିତରକୁ ଯାଇ ଡଗ ଏମହାଫଙ୍କ ନିକଟରେ ପହଞ୍ଚି ତାଙ୍କୁ ଚୁମ୍ବନ ଦେଇଥିଲେ। ବର୍ତ୍ତମାନ ଏହାର ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।