ବିଧାନସଭା ଶଟ୍‌ଡାଉନ୍‌

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଦିନକ ପାଇଁ ବିଧାନସଭାକୁ ଶୁକ୍ରବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ୍‌ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି। ନୀଳଗିରି ବିଧାୟକ ପଜିଟିଭ୍‌ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ମଧ୍ୟ ଦିଆଯାଇଛି। ଏବେ ସମସ୍ତ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ କରାଯିବ। ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିଛି। ଏଣୁ ବିଧାନସଭା କୋଠା ସାନିଟାଇଜ୍‌ ହେବ ବୋଲି ଜଣାପଡ଼ିଛି। ତେବେ ବିଭିନ୍ନ ବିଧାୟକ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

Share