ଫ୍ଲାଟ୍‌ରୁ ମିଳିଲା ୨୧ ବର୍ଷୀୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

କୋଲକାତା: ବଙ୍ଗଳା ସିନେଜଗତରୁ ଆସିଛି ଚକିତ କଲାଭଳି ଖବର। ୨୧ ବର୍ଷରେ ଆତ୍ମହତ୍ୟାର ପଥ ବାଛି ନେଇଛନ୍ତି ଅଭିନେତ୍ରୀ ବିଦିଶା ଦେ ମଜୁମଦାର। ବୁଧବାର ତାଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଫ୍ଲାଟରୁ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟା ପଛର କାରଣ କ’ଣ ତାହା ଜଣାପଡ଼ିନାହିଁ।

ବିଦିଶା ଗତ ୪ ମାସ ଧରି ନଗର ବଜାରରେ ଏକ ଫ୍ଲାଟରେ ସେ ଭଡ଼ାରେ ରହୁଥିଲେ। ତାଙ୍କ ଘର ଭିତର ପଟୁ ବନ୍ଦ ଥିବା ବେଳେ ସେ ଆତ୍ମହତ୍ୟା କରିଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ଏହାପରେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ବିଦିଶାଙ୍କ ଘରୁ ପୋଲିସକୁ ଏକ ସୁଇସାଇଡ ନୋଟ ମିଳିଥିବା ଜଣାଯାଇଛି।

ବିଦିଶାଙ୍କ ବନ୍ଧୁଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ବିଦିଶା ନିଜ ପ୍ରେମିକଙ୍କ ପାଇଁ ସବୁବେଳେ ଡିପ୍ରେସନରେ ରହୁଥିଲେ। ତାଙ୍କ ପ୍ରେମିକ ଅନ୍ୟ ୩ ଯୁବତୀଙ୍କ ସହ ରିଲେସନରେ ରହୁଥିବା ଖବର ପାଇବା ପରଠାରୁ ସେ ଚିନ୍ତିତ ରହୁଥିଲେ। ସେ ଏହାକୁ ସହ୍ୟ କରିପାରୁ ନ ଥିଲେ। ହେଲେ ତାଙ୍କ ଘରୁ ମିଳିଥିବା ସୁଇସାଇଡ୍‌ ନୋଟରେ କ୍ୟାନ୍‌ସରରେ ପୀଡ଼ିତ ଥିବା ଉଲ୍ଲେଖ ହୋଇଥିଲେ ହେଁ ତାଙ୍କୁ ତାହା ନ ଥିବା ସେମାନେ କହିଛନ୍ତି।

Share