ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା

ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩ ସଦସ୍ୟଯୁକ୍ତ ସାଧାରଣ ସଭାରେ ଯୋଗ୍ୟତା, ଅଭିଜ୍ଞତା ଓ ଭୌଗୋଳିକ ଜ୍ଞାନକୁ ନେଇ ସଦସ୍ୟଙ୍କୁ ବଛାଯାଇଥାଏ। ଏସିଆ ପ୍ୟାସିଫିକ ଦେଶଗୁଡ଼ିକ ମୈତ୍ରଙ୍କୁ ମନୋନୀତ କରିଥିବାବେଳେ ଗ୍ରୁପ୍‌ରେ ଇରାକ୍‌ର ଅଲ୍ଲୀ ମହମ୍ମଦ ଫେକ୍‌ ଅଲ୍‌-ଦବାଗ୍‌ ମଧ୍ୟ ସ୍ଥାନ ପାଇଛନ୍ତି। ୨୦୨୧ ଜାନୁୟାରୀ ୧ରୁ ମୈତ୍ରଙ୍କ କାର୍ଯ୍ୟକାଳ ଆରମ୍ଭ ହେବାକୁ ଥିବାବେଳେ ସେ ୩ ବର୍ଷ ଲାଗି କାର୍ଯ୍ୟ କରିବେ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟ ଭାବେ ୨୦୨୧ ଜାନୁୟାରୀରୁ ଯୋଗ ଦେଉଥିବାବେଳେ ମୈତ୍ରଙ୍କ ସଫଳତା ଭାରତକୁ ଜାତିସଂଘରେ ଅଧିକ ବଳିଷ୍ଠ କରିଛି।

Share