Advertisement

ବାଘ ଖୋଜୁଛନ୍ତି ବିଦ୍ୟା

ଚର୍ଚ୍ଚାରେ ଥିବା ବଲିଉଡ୍‌ ଫିଲ୍କ ‘ଶେର୍‌ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ବିଦ୍ୟା ଏହି ଟ୍ରେଲରକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ‘ସାହସୀ, ଦୃଢ, ନିର୍ଭିକ ହୁଅ; ଏବେ ଶେର୍‌ନି ଗର୍ଜନ କରିବାର ସମୟ ଆସିଛି’ ବୋଲି ବିଦ୍ୟା ପୋଷ୍ଟରେ ଲେଖିଛନ୍ତି। ଅଢ଼େଇ ମିନିଟ୍‌ର ଏହି ଟ୍ରେଲରରେ ବିଦ୍ୟାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ଏଥିରେ ସେ ଜଣେ ବନବିଭାଗ ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଗାଁ ଲୋକଙ୍କ ପାଇଁ ବିପଦ ସାଜିଥିବା ଏକ ବାଘ ଧରିବା ମିଶନରେ ବିଦ୍ୟା ବାହାରିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ସଂରକ୍ଷଣ ସମେତ ମହିଳା ସଶକ୍ତୀକରଣ ବାର୍ତ୍ତା ମଧ୍ୟ ଚଳଚ୍ଚିତ୍ରରେ ରହିଛି। ଅମିତ ମସୁରକରଙ୍କ ନିର୍ଦ୍ଦେଶିତ ‘ଶେର୍‌ନି’ ଜୁନ୍‌ ୧୮ରେ ଆମାଜନ ପ୍ରାଇମ୍‌ରେ ମୁକ୍ତିଲାଭ କରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share