ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି। ଅନ୍‌ଲାଇନ୍‌ରେ ଏହି ଶାଢ଼ିର ନିଲାମ ଡକାଯାଇଥିଲା। ତେବେ ଏହାକୁ ଜଣେ ଓଡ଼ିଆ ଛାତ୍ରୀ କିଣିଛନ୍ତି। ସେ ୫୫ ହଜାର ଟଙ୍କା ଏହି ଶାଢ଼ିକୁ କିଣିଥିବା ଜଣାପଡ଼ିଛି।
ଏହି ଓଡ଼ିଆ ଛାତ୍ରୀ ହେଲେ ଦିବ୍ୟାଂଶୀ ମିଶ୍ର। ସେ ଗୁଆହାଟି ଆଇଆଇଟିରେ ପଢ଼ୁଛନ୍ତି। ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ିଟିର ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି।

Share