ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଦ ବଟିକା ଖାଇ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ମାନସିକ ନିର୍ଯାତନା ଦିଆଯିବା ସହ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରାଯାଉଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଫେସବୁକ୍ ଲାଇଭ୍ରେ କହିଛନ୍ତି। ଏପରିକି ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ହେବେ ସେ ବିଷୟ ଏକ ଡାଏରୀରେ ଉଲ୍ଲେଖ କରିଥିବା ମଧ୍ୟ କହିଛନ୍ତି।