ଭୁବନେଶ୍ୱର,୬।୪: ସକାଳୁ ସକାଳୁ ଭୁବନେଶ୍ୱରରେ ବଡ଼ ଦୁର୍ଘଟଣା। ଉତ୍ତରା ଛକରେ ଓଲଟିଛି ଟୁରିଷ୍ଟ ବସ୍। ଭୁବନେଶ୍ବର ଉତ୍ତରା ଛକରେ ହୋଇଛି ବଡ଼ ଦୁର୍ଘଟଣା।
ଟୁରିଷ୍ଟ ବସ ଓଲଟି ଜଣେ ମୃତ, ୧୫ରୁ ଅଧିକ ଆହତ। ୭୦ ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା ବସ। ସମସ୍ତେ ବାଂଲାଦେଶର ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଶୀ ବିଶ୍ବନାଥ ଦର୍ଶନ ସାରି ପୁରୀ ଅଭିମୁଖେ ଯାଉଥିବାବେଳେ ଏପରି ଅଭାବନୀୟ ଘଟଣା ଘଟିଛି।