Categories: ଜାତୀୟ

ବ୍ରିଜ୍‌ ନିର୍ମାଣବେଳେ ଖସିଲା ମେଶିନ: ୧୫ ମୃତ

ଥାନେ,୧।୮: ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ରିଜ୍‌ ନିର୍ମାଣ ସମୟରେ ଗାର୍ଡର ଲଞ୍ଚିଂ ମେଶିନ ଖସି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଥାନେର ଶାହପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସ ରାଜପଥର ତୃତୀୟ ପର୍ଯ୍ୟାୟ ନିର୍ମାଣରେ ଏହି ମେଶିନ ବ୍ୟବହାର କରାଯାଉଥିଲା। ଅନେକ ଲୋକ ଏବେବି ପଥର ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଏନଡିଆରଏଫର ଦୁଇଟି ଟିମ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏଠାରେ ଶ୍ରମିକମାନେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ମୃତଦେହ ଶାହପୁର ଉପଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି।

Share