ଅବକାରୀ ବିଭାଗକୁ ବଡ ସଫଳତା: ୭ କୁଇଣ୍ଟାଲ ଗଞ୍ଜେଇ ଜବତ

ମାଲକାନଗିରି,୫।୧୦(ଡି.ଏନ.ଏ): ମାଲକାନଗିରି ଜିଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ରବିବାର ରାତିରେ ପାଣ୍ଡ୍ରିପାଣି ପଦ୍ମଗିରି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଗୁପ୍ତ ସୂଚନା ପାଇ ପଦ୍ମଗିରିର ସର୍ଗିଗୁଡା ଗ୍ରାମ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌(ଓଡି୧୦ ଏନ ୦୮୦୧ )ରୁ ୭ କୁଏଣ୍ଟାଲରୁ ଊଦ୍ଧ୍ୱର୍ର୍ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ ଅଭିଯୁ୍‌କ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଥିବା ଜଣାପଡିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ମାଲକାନଗିରି ଜିଲାରେ ଗଞ୍ଜେଇ ଚାଲାଣ ଥମିବାର ନା ଧରୁନି। ଏନେଇ ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଅବମ୍ବନ କରାଯାଉଛି। ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଉଛି । ଆଗାମୀ ଦିନରେ ମଧ୍ୟ ଅବକାରୀ ବିଭାଗ ତରଫରୁ ଜୋରଦାର ଚଢ଼ାଉ କରାଯିବ। ଯେଉଁ ଅଞ୍ଚଳରୁ ଗଞ୍ଜେଇ ଚାଷ କରାଯାଉଛି ସେଇ ଅଞ୍ଚଳମାନଙ୍କୁ ଚଢାଉ କରି ଚାଷ ନଷ୍ଟ କରାଯିବ ବୋଲି ଜିଲା ଅବକାରୀ ଅଧିକାରୀ ଅଶୋକ କୁମାର ସେଟ କହିଛନ୍ତି।

Share