Categories: ଖେଳ

ବିସିସିଆଇର ବଡ ଆକ୍ସନ, ଆଇପିଏଲରେ ଏମିତି ହେଲେ ୨ ବର୍ଷ ପାଇଁ ବ୍ୟାନ

ନୂଆଦିଲ୍ଲୀ,୨୯।୯: ନଭେମ୍ବରରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ରିଟେଂସନକୁ ନେଇ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନିୟମ ଜାରି କରିଛି। ବର୍ତ୍ତମାନ ଆଇପିଏଲ ଫ୍ରାଞ୍ଚାଇଜ ଉପସ୍ଥିତ ଥିବା ଟିମରୁ ମୋଟ ୬ଖେଳାଳିଙ୍କୁ ରିଟେନ କରି ପାରିବ। ରିଟେଂସନ ମାଧ୍ୟମରେ କିମ୍ବା ରାଇଟ ଟୁ ମ୍ୟାଚ (RTM) ଅପ୍ସନ ବ୍ୟବହାର କରି ଏହା କରାଯାଇପାରିବ। ୬ରିଟେଂସନ / ଆରଟିଏମରେ ସର୍ବାଧିକ ୫ ଟି କ୍ୟାପ୍ଡ ଖେଳାଳୀ (ଭାରତୀୟ ଏବଂ ବିଦେଶ) ଏବଂ ସର୍ବାଧିକ ୨ ଟି ଅନପ୍ୟାପଡ ଖେଳାଳି ରହିପାରିବେ। ଏଥି ସହିତ, ଆଇପିଏଲ ୨୦୨୫ର ଫ୍ରାଞ୍ଚାଇଜ ପାଇଁ ନିଲାମ ରାଶି ୧୨୦ କୋଟି ଟଙ୍କା ସ୍ଥିର କରାଯାଇଛି। ଅକ୍ଟୋବର ୩୧ସୁଦ୍ଧା ଆଇପିଏଲ ଫ୍ରାଞ୍ଚାଇଜ ରଖାଯାଇଥିବା ଖେଳାଳିଙ୍କ ତାଲିକା ଦାଖଲ କରିବାକୁ ପଡିବ।
ଏହି ସମୟରେ ଆଇପିଏଲ ପରିଚାଳନା ପରିଷଦ ବା ଗର୍ଭନିଂ କାଉନସିଲ ଏକ ନିଷ୍ପତ୍ତି ନେଇଛି। ଏହା ବିଦେଶୀ ଖେଳାଳିଙ୍କ ହୋସ୍‌ ଉଡ଼ାଇ ଦେଇଛି। ଆଇପିଏଲ ନିଲାମରେ ମନୋନୀତ ହେବା ପରେ ସିଜନରୁ ଅଦୃଶ୍ୟ ବିଦେଶୀ ଖେଳାଳିଙ୍କୁ ନିଷେଧ ବା ବ୍ୟାନ କରିବାକୁ ଆଇପିଏଲ ନିଷ୍ପତ୍ତି ନେଇଛି। କେବଳମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ ଲିଗ ଛାଡିବାକୁ ଅନୁମତି ଦିଆଯିବ। ଆଇପିଏଲରେ ଗତ କିଛି ବର୍ଷ ମଧ୍ୟରେ, ଖେଳାଳିମାନେ ମଝିରେ କିମ୍ବା ଟୁର୍ନାମେଣ୍ଟ ପୂର୍ବରୁ ଛାଡିଥିବାର ଦେଖାଯାଇଛି।
କୌଣସି ବିଦେଶୀ ଖେଳାଳିଙ୍କୁ ମେଗା ନିଲାମ ପାଇଁ ପଞ୍ଜୀକରଣ କରିବାକୁ ପଡ଼ିବ। ଯଦି ବିଦେଶୀ ଖେଳାଳି ମେଗା ନିଲାମ ପାଇଁ ପଞ୍ଜୀକୃତ ନ ହୁଅନ୍ତି, ତେବେ ସେ ଆସନ୍ତା ବର୍ଷର ଆଇପିଏଲ ନିଲାମରେ ପଞ୍ଜୀକରଣ ପାଇଁ ଅଯୋଗ୍ୟ ହେବେ। ଏହି କାରଣରୁ, ମିନି ନିଲାମ ସମୟରେ ବିଦେଶୀ ଖେଳାଳିମାନେ ବିପୁଳ ପରିମାଣର ରୋଜଗାର କରିପାରିବେ ନାହିଁ । ମିନି ନିଲାମରେ, ଫ୍ରାଞ୍ଚାଇଜ ସେମାନଙ୍କ ଦଳରେ କୌଣସି ସମ୍ଭାବ୍ୟ ତ୍ରୁଟି ସୁଧାରିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି। ଆଇପିଏଲ ୨୦୨୪ ନିଲାମ ସମୟରେ ଏହା ସ୍ପଷ୍ଟ ହୋଇଗଲା ଯେତେବେଳେ କୋଲକାତା ନାଇଟ ରାଇଡର୍ସ ଷ୍ଟାର୍କକୁ ୨୪.୭୫ କୋଟିରେ ଏବଂ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦କୋଟିରେ ପ୍ୟାଟ କମିନ୍ସ କିଣିଥିଲା।
ବ୍ୟକ୍ତିଗତ କାରଣରୁ ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ ଜେସନ ରୟ ଆଇପିଏଲ ୨୦୨୪ରୁ ତାଙ୍କ ନାମ ପ୍ରତ୍ୟାହାର କରିଥିବାବେଳେ ଗତ ସିଜନରେ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ୨.୮ କୋଟି ଟଙ୍କାରେ କିଣିଥିଲେ। ୨୦୨୪ ସିଜନ ପୂର୍ବରୁ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିବା ମିଚେଲ ଷ୍ଟାର୍କ ଆଇପିଏଲ ୨୦୧୮ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତେବେ ଏହା ଆଘାତ କାରଣରୁ ହୋଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ କଡା ନିୟମ ଦାବି କରିଥିଲା। ବର୍ତ୍ତମାନ ଆଇପିଏଲ ପରିଚାଳନା ପରିଷଦ ଏହାକୁ ଅନୁମୋଦନ କରିଛି।

Share