Posted inଜାତୀୟ

ବଜେଟ ୨୦୨୫ ପୂର୍ବରୁ ବଡ଼ ଘୋଷଣା! କମିବ ପେଟ୍ରୋଲ ଦର…

ନୂଆଦିଲ୍ଲୀ,୩୧।୧: ୨୦୨୫ ବଜେଟ ପୂର୍ବରୁ ବଡ଼ ଘୋଷଣା! କମିପାରେ ପେଟ୍ରୋଲ-ଡିଜେଲ ଦର। ଏଥିପାଇଁ, ଉତ୍ପାଦ ଶୁଳ୍କ ହ୍ରାସ କରାଯାଇପାରେ। ବର୍ତ୍ତମାନ ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ ଉପରେ ୧୫.୮୦ ଟଙ୍କା ଶୁଳ୍କ ଲାଗୁ ହେଉଛି। ଏହା ବ୍ୟତୀତ, ଇଲେକ୍ଟ୍ରୋନିକ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ମୋବାଇଲ ଭଳି ଜିନିଷ ଶସ୍ତା ହୋଇପାରେ।

ଅର୍ଥନୈତିକ ବିଶେଷଜ୍ଞନୁସାରେ, ସରକାର ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିପାରନ୍ତି। ଏଥିସହ, ୧୫ରୁ ୨୦ଲକ୍ଷ ଟଙ୍କା ଆୟ ଉପରେ ୨୫% ଟିକସର ଏକ ନୂଆ ବର୍ଗ ପ୍ରଚଳନ କରିପାରନ୍ତି। ବର୍ତ୍ତମାନର ଟିକସ ଗଠନରେ ଛଅଟି ବର୍ଗ ଅଛି।
ସେହିପରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ, ବାର୍ଷିକ ୬ହଜାର ଟଙ୍କାକୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହି ଯୋଜନା ଦେଶର କୋଟି କୋଟି ଚାଷୀଙ୍କୁ ଲାଭ ଦେଉଛି, ଏବଂ ଏହି ବୃଦ୍ଧି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତ କରିପାରିବ।

ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ପାଇଁ ଇଣ୍ଟର୍ନସିପ କାର୍ଯ୍ୟକ୍ରମ ଘୋଷଣା କରାଯାଇପାରେ। ଏହା ସହିତ, ଏକ ‘ସମନ୍ନିତ ଜାତୀୟ ନିଯୁକ୍ତି ନୀତି’ ଗଠନ କରାଯାଇପାରିବ, ଯାହା ଦାରା ବିଭିନ୍ନ ମନ୍ତ୍ରଣାଳୟର ଯୋଜନାଗୁଡ଼ିକୁ ଗୋଟିଏ ଛତା ତଳେ ଅଣାଯାଇପାରିବ। ଏହା ବ୍ୟତୀତ, ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ସମର୍ଥନ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ ୧୦% ବୃଦ୍ଧି କରାଯାଇପାରିବ। ଏହା ଅଧୀନରେ, ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ସିଟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ, MRI ଭଳି ଚିକିତ୍ସା ଉପକରଣ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇପାରିବ, ଯାହା ଚିକିତ୍ସା ଖର୍ଚ୍ଚ ହ୍ରାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରରେ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଡେରାଡୁନ୍‌,୨।୩: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ମାନା ଗ୍ରାମରେ ହିମସ୍ଖଳନ ଯୋଗୁ ସୀମାନ୍ତ ସଡ଼କ ସଂଗଠନ (ବିଆର୍‌ଓ)ର ୫୫ଜଣ ଶ୍ରମିକ ପୋତିହୋଇ ଯାଇଥିଲେ। ରବିବାର ଆଉ...

ଲମ୍ବା ସମୟ ଧରି ଅଡିଓ ଡିଭାଇସ୍ ବ୍ୟବହାର କରୁଛନ୍ତି କି? ସବୁଦିନ ପାଇଁ ହରାଇ ପାରନ୍ତି ଶ୍ରବଣଶକ୍ତି, ପରାମର୍ଶ ଜାରିକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨ା୩ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମ୍ପ୍ରତି ରାଜ୍ୟ ସରକାରଙ୍କୁ ହେଡଫୋନ୍, ଇୟରଫୋନ୍ ଏବଂ ଇୟରପ୍ଲଗ୍ ଭଳି ଅଡିଓ ଡିଭାଇସ୍ ଅତ୍ୟଧିକ ବ୍ୟବହାର ସମ୍ପର୍କରେ ଏକ...

ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀଙ୍କ ସହ ୫ ଅଧିକାରୀଙ୍କ ବିରୋଧରେ ଏତଲା ଦେବାକୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ମୁମ୍ବାଇ,୨।୩: ଷ୍ଟକ୍‌ ମାର୍କେଟ ଜାଲିଆତି ଓ ନିୟମ ଉଲ୍ଲଂଘନ ଅଭିଯୋଗରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ...

ନକଲି ଭୋଟର ପରିଚୟପତ୍ର ପ୍ରସଙ୍ଗ: ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ ନିର୍ବାଚନ କମିଶନ

କୋଲକାତା,୨ା୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଦୁଇଟି ରାଜ୍ୟରେ ସମାନ ଭୋଟର ପରିଚୟପତ୍ର ନମ୍ବର ପ୍ରସଙ୍ଗ ଉଠାଇଥିଲେ। ସେ ନିର୍ବାଚନ କମିଶନ ଉପରେ ଭାଜପା...

‘ହିନ୍ଦୁମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନୁହେଁ ବରଂ ଏମାନଙ୍କଠାରୁ ବିପଦରେ ଅଛନ୍ତି’: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।...

‘ମୋହନ ଭାଗବତ କାହିଁକି କୁମ୍ଭ ଗଲେ ନାହିଁ ଆଗ ପଚାର’

ନୂଆଦିଲ୍ଲୀ,୨।୩: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ଉଦ୍‌ଯାପନ ଫେବୃଆରୀ ୨୬ରୁ ହୋଇସାରିଛି। ହେଲେ ଏହାକୁ ନେଇ ଏବେ ବି ରାଜନୈତିକ ବୟାନବାଜି ଜାରି ରହିଛି। କିଛି...

ପୁତୁରାଙ୍କ ଉପରେ ମାୟାବତୀଙ୍କ ଆକ୍ସନ…ବଡ଼ ଘୋଷଣା କରି କହିଲେ ‘ମୁଁ ବଞ୍ଚି ଥିବା ପର୍ଯ୍ୟନ୍ତ ମୋର କୌଣସି ଉତ୍ତରାଧିକାରୀ ରହିବେ ନାହିଁ’

ଲକ୍ଷ୍ନୌ,୨।୩: ଉତ୍ତର ପ୍ରଦେଶର ବିଏସପି ସୁପ୍ରିମୋ ମାୟାବତୀ ରବିବାର ଲକ୍ଷ୍ନୌରେ ଅଲ୍‌ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା...

AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ…

ବେଜିଂ,୨ା୩: ସାମ୍ପ୍ରତିକ ସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିବା ସହ ସମାଜ ପ୍ରତି ଏହାର କ୍ଷତିକାରକ ପ୍ରଭାବକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image