ଦୁବାଇ,୧୨।୧୧: ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଆସନ୍ତା ରବିବାର ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରିଂ କରିବେ। ଭାରତୀୟ ଅମ୍ପାୟର ନୀତିନ ମେନନ ଟିଭି ଅମ୍ପାୟର ଦାୟିତ୍ୱରେ ରହିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଶୁକ୍ରବାର କୁହାଯାଇଛି।
”ରବିବାର ଦୁବାଇଠାରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍ ଫାଇନାଲରେ ମାରାଇସ ଇରାସମସ ଓ ରିଚାର୍ଡ କେଟିଲବର୍ଗ ଅନ୍ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ“ ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଆଇସିସି ଏଲାଇଟ୍ ପ୍ୟାନେଲର ଏକମାତ୍ର ଭାରତୀୟ ସଦସ୍ୟ ମେନନ ଟିଭି ଅମ୍ପାୟର ଓ ଶ୍ରୀଲଙ୍କାର ପୂର୍ବତନ ସ୍ପିନର କୁମାର ଧର୍ମସେନା ଚୁତର୍ଥ ଅମ୍ପାୟାର ଭାବେ ମ୍ୟାଚ୍ ପରିଚାଳନା କରିବେ।