Categories: ଜାତୀୟ

ବଡ ଘୋଷଣା: ଝିଅ ଥିଲେ ମିଳିବ ୨ଲକ୍ଷ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୭।୨:ଝିଅମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି। ଏବେ ବି କେତେକ ସ୍ଥାନରେ ଝିଅ ଜନ୍ମ କରିବାକୁ ବୋଝ ମନେ କରୁଥିଲେ ମଧ୍ୟ ଅନେକଙ୍କ ଘରେ ଝିଅ ଆସିଲେ ଖୁସିର ଲହଡି ଭାଙ୍ଗେ। ଏବେ ଦେଶରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ଖୋଦ୍‌ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ଯୋଜନାର ଆରମ୍ଭ କରିଛନ୍ତି। ଶିଶୁ କନ୍ୟା ହତ୍ୟା ରୋକିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି। ତାହା ହେଉଛି ଭାଗଲକ୍ଷ୍ମୀ ଯୋଜନା।

ଏହି ଯୋଜନା ମାଧ୍ୟମରେ ପିଲାଙ୍କର ଅଭିଭାବକ ଉପକୃତ ହୋଇପାରିବେ। ଏହା ଏକ ସବସିଡି ଯୋଜନା। ଏହା ମାଧ୍ୟମରେ ପିଲାଜନ୍ମ ପରେ ସେମାନେ ଏହି ଟଙ୍କା ପାଇପାରିବେ। ଏହି ଯୋଜନା କର୍ନାଟକ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଛି। ଏହି ଯୋଜନା ଅଧିନରେ ୨୧ବର୍ଷ ପୂରଣ କରିଥିବା ଝିଅଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଝିଅ,କନ୍ୟା ଶିଶୁ, ବିବାହ ଓ ଅନ୍ୟାନ୍ୟ ଖଚ୍ଚ ପାଇଁ ଏହା ଅତ୍ୟନ୍ତ ଲାଭକାରୀ ଯୋଜନା। ଏହା ମାଧ୍ୟମରେ ସରକାରଙ୍କ ଠାରୁ ପ୍ରାପ୍ତ ନିର୍ଦ୍ଧିଷ୍ଟ ରାଶି ଓ ମାଆବାପାଙ୍କ ଦେଇଥିବା କିସ୍ତିରେ ସୁଧକୁ ମିଶାଇ ସମୟ ସମାପ୍ତ ହେବା ପରେ ଝିଅଙ୍କୁ ପ୍ରଦାନ କରାଯାଏ।

ବାର୍ଷିକ ଆୟ ଦୁଇଲକ୍ଷରୁ କମ୍‌ ଥିବା ଭାରତୀୟ ନାଗରିକ ଏଥିପାଇଁ ଆପ୍ଲାଏ କରିପାରିବେ। ଗୋଟିଏ ପରିବାରରେ ଦୁଇଟି ଶିଶୁ କନ୍ୟା ଥିଲେ ବି ସେ ଏହି ଯୋଜନାରେ ହିତାଧିକାରୀ ହୋଇପାରିବେ। ଏହି ଯୋଜନାର ଲାଭ ପାଇବା ପାଇଁ ହେଲେ ପ୍ରଥମେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରନ୍ତୁ। ସେଠାରେ ଆପଣଙ୍କୁ ଶିଶୁକନ୍ୟାର ଜନ୍ମ ପ୍ରମାଣପତ୍ର, ଅଭିଭାବକଙ୍କ ଆଧାରକାର୍ଡ, ଜାତି ପ୍ରମାଣପତ୍ର, ଫୋନ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡିବ। ଧ୍ୟାନ ରଖିବେ ୨୦୦୬ ମାର୍ଚ୍ଚ ୩୧ ପରେ ଜନ୍ମ ହୋଇଥିବା ଝିଅ ଏଥିପାଇଁ ଯୋଗ୍ୟ ହୋଇପାରିବେ।ପ୍ରଥମେ କନ୍ୟା ସନ୍ତାନର ଜନ୍ମ ଉପରେ ୧୯,୩୦୦ଟଙ୍କା ଜମା କରାଯିବ। ଝିଅକୁ ୧୮ବର୍ଷ ପୂରଣ ହୋଇଗଲେ ତାଙ୍କୁ ୧,୦୦,୦୯୭ଟଙ୍କା ମିଳିବ। ସେହିପରି କନ୍ୟା ସନ୍ତାନ ଜନ୍ମ ପରେ ୧୮,୩୫୦ଟଙ୍କା ଜମା କରିବେ। ତାଙ୍କୁ ୧୮ବର୍ଷ ପୂରଣ ହେଲେ ୧,୦୦,୦୫୨ଟଙ୍କା ମିଳିବ।

Share