ବିଏମ୍‌ସିର ବଡ଼ ଘୋଷଣା: ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଚିନ୍ତା ବଢ଼ାଉଛି ରାଜଧାନୀ ଭୁବନେଶ୍ୱର। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଞ୍ଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯିବା ନେଇ ମଙ୍ଗଳବାର ଘୋଷଣା ହୋଇଛି। ବୁଧବାରଠାରୁ ଏହି ନିୟମ ଲାଗୁ ହେବ । ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ମନା ହୋଇଥିବା ବେଳେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ । ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲ ଆଲୋଚନା ପରେ ନିଷ୍ପତ୍ତି ନିଆ ହୋଇଛି। ଏନେଇ ଖୁବଶୀଘ୍ର ବିଏମସି୍‌ ପକ୍ଷରୁ ଗାଇଡଲାଇନ ଜାରି କରାଯିବ।

Share