ନୂଆଦିଲ୍ଲୀ,୨୧।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଏକ ବଡ଼ ଘୋଷଣା କରିଛି। ୨୦୨୩ ଏବଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲ ଯଥାକ୍ରମେ ‘ଦ ଓଭାଲ’ ଏବଂ ‘ଲର୍ଡସ’ ଗ୍ରାଉଣ୍ଡରେ ଖେଲାଯିବ। ଏନେଇ ଆଇସିସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
ଆଇସିସି ମୁଖ୍ୟ କାର୍ଯ୍ୟର୍ନିବାହୀ ଜିଓ ଆଲାର୍ଡିସ ଏକ ବିବୃତ୍ତିରେ କହିଛନ୍ତି, ଆସନ୍ତା ବର୍ଷର ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ‘ଦ ଓଭାଲ’ ଦ୍ୱାରା ଆୟୋଜିତ ହେବ ଏବଂ ଏହା ପରେ ଆମେ ଲର୍ଡସରେ ୨୦୨୫ ଫାଇନାଲ ଆୟୋଜନ କରିବୁ। ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଗତ ବର୍ଷର ଫାଇନାଲ ଅତ୍ୟନ୍ତ ରୋମାଞ୍ଚକ ଥିଲା ଏବଂ ମୁଁ ନିଶ୍ଚିତ ଯେ ‘ଦ ଓଭାଲ’ରେ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲକୁ ବିଶ୍ୱର ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିବେ।
୨୦୨୩ ଏବଂ ୨୦୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ସ୍ଥାନ ଘୋଷଣା କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାରିଖ ନିଶ୍ଚିତ ହୋଇନାହିଁ।]
ANNOUNCEMENT 📢
The venues for the #WTC23 and #WTC25 finals are now confirmed!
Details 👇https://t.co/QFjUnuIw3m
— ICC (@ICC) September 21, 2022