ଭାରତୀୟ ରେଳ ପକ୍ଷରୁ ବଡ଼ ଘୋଷଣା: ଯାତ୍ରୀଙ୍କ ସୁବିଧା ପାଇଁ…

ଭୁବନେଶ୍ୱର,୯ା୭(ଅନୁରାଧା ମହାରଣା):ସାଧାରଣ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳପଥ ଆସନ୍ତା ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୧୦ ହଜାର ନନ୍‌-ଏସି କୋଚ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଫଳରେ ନନ୍‌-ଏସି କୋଚ୍‌ ସଂଖ୍ୟାରେ ୨୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେବେ ୨୦୨୪-୨୫ରେ ମୋଟ ୨,୬୦୫ ଜେନେରାଲ କୋଚ୍‌, ୧,୪୭୦ ନନ୍‌-ଏସି ସ୍ଲିପର କୋଚ୍‌, ୩୨୩ ସିଟିଂ କମ୍‌ ଲଗେଜ୍‌ ର଼୍ୟାକ୍‌ (ଏସ୍‌ଏଲ୍‌ଆର୍‌) କୋଚ୍‌, ୩୨ ଉଚ୍ଚ କ୍ଷମତାସମ୍ପନ୍ନ ପାର୍ସଲ ଭ୍ୟାନ ଏବଂ ୫୫ ପାଣ୍ଟ୍ରି କାର୍‌ ନିର୍ମାଣ ଲକ୍ଷ୍ୟ ରହିଛି। ସେହିପରି ୨୦୨୫-୨୬ରେ ନିର୍ମାଣ ହେବାକୁ ଥିବା କୋଚ୍‌ ମଧ୍ୟରେ ୨,୭୧୦ ସାଧାରଣ କୋଚ, ୧,୯୧୦ ନନ୍‌-ଏସି ସ୍ଲିପର କୋଚ୍‌, ୫୧୪ ଏସ୍‌ଏଲ୍‌ଆର୍‌ କୋଚ୍‌, ୨୦୦ ଉଚ୍ଚ କ୍ଷମତାସମ୍ପନ୍ନ ପାର୍ସଲ ଭ୍ୟାନ୍‌ ଏବଂ ୧୧୦ ପାଣ୍ଟ୍ରି କାର୍‌ ରହିଛି। ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଦୃଷ୍ଟିରେ ରଖି ଜେନେରାଲ, ସ୍ଲିପର୍‌ ଏବଂ ଏସ୍‌ଏଲ୍‌ଆର୍‌ କୋଚ ପାଇଁ ଅମୃତ ଭାରତ ସିରିଜ ଉପରେ ଗୁରୁତ୍ୱ ଦିଆଯାଉଛି। ନନ୍‌-ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଏବଂ ଉନ୍ନତ ସୁବିଧା ପ୍ରଦାନ ଲାଗି ରେଳ ମନ୍ତ୍ରଣାଳୟ ଯୋଜନା କରୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ସଫେଇ ଗାଡ଼ି

ଭୁବନେଶ୍ବର,୧୪।୧: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି ବିଏମ୍‌ସିର ସଫେଇ ଗାଡ଼ି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର-ଡମଣା ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ସଫେଇ ଗାଡିଟି...

ମଧ୍ୟାହ୍ନ ଭୋଜନରେ ଛାତ୍ରୀଛାତ୍ରଙ୍କୁ ମିଳିବ କ୍ଷୀର: ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୪।୧: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦେବାକୁ ଯୋଜନା କରାଯାଉଛି। ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ...

ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟର ସବୁ ପଞ୍ଚାୟତରେ ହେବ…

ଭୁବନେଶ୍ୱର,୧୪।୧: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର।...

ଏହି ୩ ଜିଲାରେ ହେବ ଘନ କୁହୁଡ଼ି: ୟେଲୋ ଓ୍ବାର୍ନିଂ ସତର୍କ

ଭୁବନେଶ୍ୱର,୧୩ା୧(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ରବିବାର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦.୦ ଡିଗ୍ରୀ...

ଆଜି ପବିତ୍ର ମକର ସଂକ୍ରାନ୍ତି: ଉତ୍ତରାୟଣରେ ଗତି କରିବେ ସୂର୍ଯ୍ୟଦେବ

ଭୁବନେଶ୍ୱର,୧୪ା୧: ଆଜି ହେଉଛି ପବିତ୍ର କୃଷି ଭିତ୍ତିକ ପର୍ବ ମକର ସଂକ୍ରାନ୍ତି। ଏହି ଅବସରରେ କୃଷକମାନେ ଉତ୍ପାଦିତ ନୂଆ ଧାନକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା...

ଭଦ୍ରକ ଜିଲା ଭାଜପା ସଭାପତି ପଦ ପାଇଁ ଛକାପଞ୍ଝା

ଭଦ୍ରକ,୧୪।୧(ସନାତନ ରାଉତ): ଓଡ଼ିଶାରେ ଭାଜପା ଏକାକୀ ପ୍ରଥମଥର ପାଇଁ ସରକାର ଗଠନ କରିବା ପରେ ଏବେ ସାଙ୍ଗଠନିକ ପଦପଦବୀ ଚୟନ ଚାଲିଛି। ଭଦ୍ରକ ଜିଲାରେ ସଭାପତି...

ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି...

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ,୧୪ା୧(ଅଜିତ୍‌ କୁମାର ମହାନ୍ତି): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରତ୍ନସିଂହାସନରେ ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri