ଭାରତୀୟ ରେଳ ପକ୍ଷରୁ ବଡ଼ ଘୋଷଣା: ଯାତ୍ରୀଙ୍କ ସୁବିଧା ପାଇଁ…

ଭୁବନେଶ୍ୱର,୯ା୭(ଅନୁରାଧା ମହାରଣା):ସାଧାରଣ ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳପଥ ଆସନ୍ତା ଦୁଇ ଆର୍ଥିକ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ରେ ୧୦ ହଜାର ନନ୍‌-ଏସି କୋଚ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଫଳରେ ନନ୍‌-ଏସି କୋଚ୍‌ ସଂଖ୍ୟାରେ ୨୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେବେ ୨୦୨୪-୨୫ରେ ମୋଟ ୨,୬୦୫ ଜେନେରାଲ କୋଚ୍‌, ୧,୪୭୦ ନନ୍‌-ଏସି ସ୍ଲିପର କୋଚ୍‌, ୩୨୩ ସିଟିଂ କମ୍‌ ଲଗେଜ୍‌ ର଼୍ୟାକ୍‌ (ଏସ୍‌ଏଲ୍‌ଆର୍‌) କୋଚ୍‌, ୩୨ ଉଚ୍ଚ କ୍ଷମତାସମ୍ପନ୍ନ ପାର୍ସଲ ଭ୍ୟାନ ଏବଂ ୫୫ ପାଣ୍ଟ୍ରି କାର୍‌ ନିର୍ମାଣ ଲକ୍ଷ୍ୟ ରହିଛି। ସେହିପରି ୨୦୨୫-୨୬ରେ ନିର୍ମାଣ ହେବାକୁ ଥିବା କୋଚ୍‌ ମଧ୍ୟରେ ୨,୭୧୦ ସାଧାରଣ କୋଚ, ୧,୯୧୦ ନନ୍‌-ଏସି ସ୍ଲିପର କୋଚ୍‌, ୫୧୪ ଏସ୍‌ଏଲ୍‌ଆର୍‌ କୋଚ୍‌, ୨୦୦ ଉଚ୍ଚ କ୍ଷମତାସମ୍ପନ୍ନ ପାର୍ସଲ ଭ୍ୟାନ୍‌ ଏବଂ ୧୧୦ ପାଣ୍ଟ୍ରି କାର୍‌ ରହିଛି। ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ଦୃଷ୍ଟିରେ ରଖି ଜେନେରାଲ, ସ୍ଲିପର୍‌ ଏବଂ ଏସ୍‌ଏଲ୍‌ଆର୍‌ କୋଚ ପାଇଁ ଅମୃତ ଭାରତ ସିରିଜ ଉପରେ ଗୁରୁତ୍ୱ ଦିଆଯାଉଛି। ନନ୍‌-ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଏବଂ ଉନ୍ନତ ସୁବିଧା ପ୍ରଦାନ ଲାଗି ରେଳ ମନ୍ତ୍ରଣାଳୟ ଯୋଜନା କରୁଥିବା ସୂଚନା ରହିଛି।

Share