Categories: ଜାତୀୟ

କଂଗ୍ରେସର ବଡ଼ ଘୋଷଣା: ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ, ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି…

ରାୟପୁର,୩୦।୧୦: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛିଦିନ ବାକି ଅଛି। କଂଗ୍ରେସ ନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛି। ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତା ଏଠାରେ ଜନସଭା କରୁଛନ୍ତି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ପାଇଁ ପ୍ରିୟଙ୍କା ସୋମବାର ଖୈରାଗଡରେ ପହଞ୍ଚିଥିଲେ। ଏହି ଅବସରରେ ସେ ଲୋକଙ୍କ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇ କହିଥିଲେ, ଯଦି କଂଗ୍ରେସ ସରକାର ପୁଣି ଥରେ ରାଜ୍ୟରେ ଶାସନ କରେ ତେବେ ପ୍ରତି ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି ମିଳିବ। କେବଳ ଏତିକି ନୁହେଁ,୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣା ମିଳିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ମାଗଣା ଋଣ ବ୍ୟବସ୍ଥା, ୭୦୦ ପାର୍କ ନିର୍ମାଣ କରାଯିବ ବୋଲି ପ୍ରିୟଙ୍କା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ନିର୍ବାଚନରେ ୯୦ ଆସନ ବିଶିଷ୍ଟ ଛତିଶଗଡରେ କଂଗ୍ରେସ ୬୮ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ ଭାଜପା ୧୫ ଆସନ ପାଇଥିଲା।

Share