Categories: ଜାତୀୟ

ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା, ୪୦ ପ୍ରତିଶତ ମହିଳାଙ୍କୁ ମିଳିବ ଟିକଟ…

ଲକ୍ଷ୍ନୌ,୧୯।୧୦: ଆସନ୍ତା ୨୦୨୨ ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକଟ ମିଳିବ। ସମ୍ପ୍ରତି ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୪୦୩ ରହିଛି। ସେଥିମଧ୍ୟରୁ ଘୋଷଣା ଅନୁସାରେ କଂଗ୍ରେସ ୧୬୧ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକଟ ଦେବ ବୋଲି କୁହାଯାଉଛି। ଏନେଇ ଆବେଦନ ପତ୍ର ଲୋଡା ଯାଇଛି। ନଭେମ୍ବର ୧୫ ପର୍ଯ୍ୟନ୍ତ ମହିଳାମାନେ ଆବେଦନ କରିପାରିବେ। ସେ ବିଧାନସଭାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ଚାହୁଁଥିବା କହିଛନ୍ତି। ରାଜନୀତିରେ ମହିଳାଙ୍କ ଅଧିକ ଯୋଗଦାନ ଦ୍ୱାରା ଦେଶର ବିକାଶ ସମ୍ଭବ ହେବ ବୋଲି ସେ କହିଛନ୍ତି।
ରାଜ୍ୟରେ ଭାଜପା ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ବିରୋଧରେ ପ୍ରିୟଙ୍କାଙ୍କ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

Share