Categories: ଜାତୀୟ

ଉଜ୍ଜଳା ଯୋଜନାରେ ମାଗଣାରେ ୭୫ଲକ୍ଷରୁ ଅଧିକ ଏଲିପିଜି ସଂଯୋଗ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୩।୯: ଭାରତରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଉପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମଟି ହେଉଛି ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣାରେ ୭୫ ଲକ୍ଷରୁ ଅଧିକ ଏଲପିଜି ସଂଯୋଗ କରାଯିବ। ଆଗାମୀ ୩ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୬ ପର୍ଯ୍ୟନ୍ତ, ଏହି ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ଦିଆଯିବ। ଏଥିରେ ରିଫିଲ ମାଗଣା ରହିବା ସହ ଏହାର ଖର୍ଚ୍ଚ ତୈଳ କମ୍ପାନୀ ବହନ କରିବ।

ଦ୍ୱିତୀୟ ନିଷ୍ପତ୍ତି ହେଉଛି ସରକାର ଇ-କୋର୍ଟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୭୨୧୦କୋଟି ଟଙ୍କା ମୂଲ୍ୟର ଇ-କୋର୍ଟ ମିଶନ ମୋଡ ପ୍ରକଳ୍ପ ୩ଟି ଚରଣକୁ ଆଜି ଅନୁମୋଦନ କରାଯାଇଛି। ଏହି ଯୋଜନା ଅଧିନରେ ଅନଲାଇନ ଓ ପେପରଲେସ କୋର୍ଟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି। ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଅଧିକ ସ୍ବଚ୍ଛ ରହିବା ସହ ପେପରଲେସ୍‌ କୋର୍ଟ ପାଇଁ ଇ-ଫାଇଲ ଏବଂ ଇ-ପେମେଣ୍ଟ ସିଷ୍ଟମ ହେବ। ସେହିପରି ତଥ୍ୟ ସଂରକ୍ଷଣ ପାଇଁ କ୍ଲାଉଡ ଷ୍ଟୋରେଜର ମଧ୍ୟ ବ୍ୟବହାର କରାଯିବ। ସବୁ କୋର୍ଟ ପରିସରରେ ୪୪୦୦ ଇ-ସେବା କେନ୍ଦ୍ର ସ୍ଥାପନ କରାଯିବ।

Share