ପୃଥିବୀ ମୁହାଁ ବିରାଟ ଗ୍ରହାଣୁପିଣ୍ଡ: ଜୁନ୍‌ ୨୫ରେ କରିବ ଅତିକ୍ରମ…

ଓ୍ବାଶିଂଟନ,୧୫।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆଉ ଏକ ନୂଆ ବିପଦ ଆଶଙ୍କା ଦେଖାଦେଇଛି। ବିରାଟ ଗ୍ରହାଣୁପିଣ୍ଡ ୪୪୧୯୮୭ (୨୦୧୦-ଏନ୍‌ଓ୍ବାଇ-୬୫) ପୃଥିବୀ ମୁହାଁ ହୋଇଛି। ଏହା ଜୁନ୍‌ ୨୫ରେ ପୃଥିବୀକୁ ଅତିକ୍ରମ କରିବ। ଏହାର ଆକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଦୁଇଗୁଣା। ଏହାର ଲମ୍ବ ୧୮୭ ମିଟର। ଗ୍ରହାଣୁପିଣ୍ଡଟି ସେକେଣ୍ଡ ପ୍ରତି ୧୩.୪ କିଲୋମିଟର ବେଗରେ ମାଡ଼ିଆସୁଛି। ଏହା ଏକ୍‌ ବୃହତ୍‌ ହିମଖଣ୍ଡ ବୋଲି ନାସା ପକ୍ଷରୁ କୁହାଯାଇଛି। ୪୬୦ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିବା ସୌରମଣ୍ଡଳ ସମ୍ପର୍କରେ ଏହି ଗ୍ରହାଣୁପିଣ୍ଡରୁ ବହୁ ତଥ୍ୟ ମିଳି ପାରିବାର ସମ୍ଭାବନା ଥିବା ନାସା ପକ୍ଷରୁ କୁହାଯାଇଛି। ଏହା ୩.୫ କୋଟି ବର୍ଷ ପୁରୁଣା ହିମଖଣ୍ଡ ବୋଲି ନାସା କହିଛି। ଏହା ପୃଥିବୀର ଗୁରୁତ୍ୱାକର୍ଷଣ ଯୋଗୁ ଟାଣି ହୋଇ ଆସିଲେ ଭୟଙ୍କର ବିପଦ ସୃଷ୍ଟି ହେବା ସହିତ ପ୍ରଚଣ୍ଡ ବେଗରେ ଧକ୍କା ହେବାର ଆଶଙ୍କା ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।

Share