ଟାଇଗର ଶ୍ରଫ୍‌ଙ୍କୁ କପି କଲେ ବିଗ୍‌ ବି

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରୁ ଟାଇଗର ଶ୍ରଫ୍‌ ଅନ୍ୟତମ। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନୂଆ ନାଁ ଯୋଡି ହୋଇଯାଇଛି। ସେ ହେଲେ ବିଗ୍‌ ବି ଅମିତାଭ ବଚ୍ଚନ। ବର୍ତ୍ତମାନ ବିଗ୍‌ବି ତାଙ୍କ ପ୍ରଂଶସକଙ୍କ ପାଇଁ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅମିତାଭ ଟାଇଗରଙ୍କ ପରି ଏକ୍ରୋବେଟିକ ମୁଭସ୍‌ ସହିତ ଏୟାର କିକ୍‌ କରୁଥିବା ଦେଖାଯାଉଛି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି। ଅମିତାଭ ତାଙ୍କ ଟୁଇଟରରେ ଏଭଳି ଅନେକ ଫଟୋ ଶେୟାର କରିଛନ୍ତି। ସେ ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧି ଆକ୍ସନ ହିରୋ ଷ୍ଟାଇଲ୍‌ରେ ନଜର ଆସିଛନ୍ତି। ଏହି ଫଟୋଗୁଡିକୁ ଶେୟାର୍‌ କରି ଅମିତାଭ କ୍ୟାପଶନ୍‌ରେ ଲେଖିଛନ୍ତି, ଟାଇଗରଙ୍କୁ ତାଙ୍କର ଫ୍ଲେକ୍ସିବଲ୍‌ କିକ ଦକ୍ଷତା ପାଇଁ ସବୁ ‘ଲାଇକ’ ପାଉଥିବା ଦେଖି ମୁଁ ବି ଭାବିଲି ମୁଁ ମଧ୍ୟ ଏମିତି କିଛି ଲାଇକ ପାଇବା ଆଶାରେ ଏହାକୁ ଚେଷ୍ଟା କରିବି।

Share