ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ ବହୁତ ଭଲପାଇବା ମିଳୁଛି ଏବଂ ବିଗ୍‌ ବି’ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୁଅ ଜଣେ ‘ଉପଯୁକ୍ତ ଉତ୍ତରାଧିକାରୀ’ ବୋଲି ପ୍ରମାଣ କରିଛନ୍ତି।

ଅମିତାଭ ଲେଖିଛନ୍ତି, ‘ପିତାଙ୍କ ପାଇଁ ସବୁଠାରୁ ବଡ଼ ଆନନ୍ଦ ହେଉଛି ତାଙ୍କ ପିଲାମାନଙ୍କର କୃତିତ୍ୱ ଦେଖିବା । ତାଙ୍କ ନାମ ଖ୍ୟାତିର ସ୍ବାଦ ଚାଖିବା, ଅଭିଷେକଙ୍କ ପିତା ଭାବରେ ମୁଁ ନିଜକୁ ଗର୍ବ ଅନୁଭବ କରେ। ଅଭିଷେକ ଏହାକୁ ମୋ ପାଇଁ କରି ବି ଦେଖାଇଛନ୍ତି।

ବିଗ୍‌ ବି ଆହୁରି ଲେଖିଛନ୍ତି, ‘ମୁଁ ଅତ୍ୟଧିକ ଗର୍ବର ସହିତ କହୁଛି, ଅଭିଷେକ ‘ମୋର ଉତ୍ତରାଧିକାରୀ’ ତାଙ୍କର ନିରନ୍ତର ପ୍ରୟାସ, ବିଭିନ୍ନ ଭୂମିକାରେ ଅଭିନୟ କରିବା ଏବଂ କଷ୍ଟଦାୟକ ଭୂମିକାରେ ଅଭିନୟ କରିବାର ସାହସ କେବଳ ଚ୍ୟାଲେଞ୍ଜ ନୁହେଁ ବରଂ ଏକ ଦର୍ପଣ।

ଯେଉଁମାନେ ଅଭିଷେକଙ୍କୁ ଟାର୍ଗେଟ କରିଥିଲେ ସେମାନଙ୍କୁ ଉପଯୁକ୍ତ ଉତ୍ତର ପ୍ରଦାନ କରି ବିଗ୍‌ ବି ଏପରି ଲେଖିଛନ୍ତି। ଯେଉଁମାନେ ଏକ ବିଷୟ ଉପରେ ନିଜର ଅକ୍ଷମତା ପାଇଁ ଅନ୍ୟମାନଙ୍କୁ ସମାଲୋଚନା କରନ୍ତି ଏବଂ ପରିହାସ କରନ୍ତି, ସେମାନେ ଏହା କରନ୍ତି କାରଣ ସେମାନେ ନିଜେ ଏହି ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ପାଇ ନାହାନ୍ତି।’

ଅନ୍ୟପକ୍ଷରେ ଅଭିଷେକ ଅନେକ ଥର କହିଛନ୍ତି, ମୋତେ ମୋ ବାପାଙ୍କ ସହ ତୁଳନା କରିବା ଅନ୍ୟାୟ। କାରଣ ସେ ଜଣେ ସୁପରଷ୍ଟାର। ତୁଷାର ଜଲୋଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଦସ୍‌ବୀ’ ହେଉଛି ଅଭିଷେକ, ୟାମି ଗୌତମ ଏବଂ ନିମ୍ରତ କୌରଙ୍କ ଅଭିନୀତ ଏକ ସାମାଜିକ ଫିଲ୍ମ।

Share