ଭିନ୍ନ ଲୁକ୍‌ରେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି’ଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ମୁଣ୍ଡରେ ଗୋଲ୍ଡେନ ଟୋପି ଏବଂ ଆଖିରେ କଳା ଚଷମା ପିନ୍ଧି ଖୁବ୍‌ କୌତୂହଳ ଦେଖାଯାଉଛନ୍ତି। ବିଶେଷ କଥା ହେଲା ଏହି ଟୋପି ଆଉ ଚଷମା ତାଙ୍କୁ ତାଙ୍କ ନାତୁଣୀ ଆରାଧ୍ୟା ଉପହାର ସ୍ବରୂପ ଦେଇଛନ୍ତି। ଆରାଧ୍ୟା ଅମିତାଭଙ୍କୁ ଏହି ଉପହାର ୧.୧.୨୦୨୧ରେ ଦେଇଥିଲେ। ନୂଆବର୍ଷ ପାଳନ ଅବସରରେ ଅମିତାଭ ଏହାକୁ ପିନ୍ଧି ଖୁସି ମନାଇଥିଲେ। ସେ ତାଙ୍କ ବ୍ଲଗରେ ଲେଖିଛନ୍ତି, ମୋତେ ଏହି ଟୋପି ଏବଂ ଚଷମା ଆରାଧ୍ୟା ଉପହାର ଦେଇଥିଲେ। ଯାହାକୁ ମୁଁ ଗତ ନୂଆବର୍ଷରେ ପିନ୍ଧିଥିଲି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ୨୦୨୦ରେ ମହାମାରୀ କରୋନା ଆରମ୍ଭ ହୋଇଥିଲା। ଏହି ବର୍ଷକୁ ମନେ ପକାଇ ସେ ଲେଖିଥିଲେ, ଏହା ଏକ ଅଦ୍ଭୁତ ବର୍ଷ ଥିଲା। ପରବର୍ତ୍ତୀ ମଧ୍ୟ ଅଦ୍ଭୁତ ହୋଇପାରେ। କିନ୍ତୁ ପୂର୍ବ ବର୍ଷ ଭଲ ଏହା ହେଉଛି ୧.୧.୨୧ର ଅନୁଭବ। ଯାହାକୁ ମୋତେ ଆରାଧ୍ୟା ଦେଇଛନ୍ତି। ବିଗ୍‌ ବି’ଙ୍କ ଏହି ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

Share