ବିବାହ ବାର୍ଷିକୀରେ ସ୍ତ୍ରୀଙ୍କ ସହ ପୂରୁଣା ଫଟୋ ଶେୟାର କଲେ ବିଗ୍‌ ବି

ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଆଜି ବିବାହ ବାର୍ଷିକୀ । ଅମିତାଭ ଜୟାଙ୍କୁ ୩ ଜୁନ ୧୯୭୩ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହକୁ ୪୯ ବର୍ଷ ବିତିଯାଇଛି । ଏହି ଅବସରରେ ଅମିତାଭ ତାଙ୍କ ବିବାହର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ଏକାଠି ଦେଖିବାକୁ ମିଳିଛି। ଫଟୋଟି ସେମାନଙ୍କ ବିବାହ ସମୟର । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହକୁ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ପୂର୍ବ ଭଳି ଭଲପାଇବା ସ୍ନେହ , ପ୍ରେମ ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ଜରିଆରେ ଶୁଭେଚ୍ଛା ଜଣାଇଥିବା ପ୍ରଂଶସକଙ୍କୁ ଅମିତାଭ ଟୁଇଟ୍‌ କରି କହିଛନ୍ତି, ଜୟା ଏବଂ ମୋ ବିବାହ ବାର୍ଷିକୀରେ ଯେଉଁମାନେ ପ୍ରେମ ,ସମ୍ମାନ ପ୍ରଦାନ କରିଛନ୍ତି ସେମାନଙ୍କୁ ହାତ ଯୋଡିକି ପ୍ରଣାମ ଏବଂ ଧନ୍ୟବାଦ ।
ବିଗ୍‌ ବିଙ୍କ ଏହି ପୋଷ୍ଟରେ କେତେକ ଲୋକ ଅଭିନନ୍ଦନ ଜଣାଇଥିବା ବେଳେ ଅନ୍ୟ କେତେଜଣ ମଜାଦାର କମେଣ୍ଟ ମଧ୍ୟ କରିଛନ୍ତି।

Share