ସୁସ୍ଥ ହେବା ପରେ ଏହି କାମ କରିବାକୁ ଚାହୁଁଛନ୍ତି ବିଗ୍‌ ବି’, ଶେୟାର କଲେ ନିଜର ଇଚ୍ଛା

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି। ବିଗ୍‌ ବି’ ଅଭିନୟଠାରୁ ଆରମ୍ଭ କରି ହୋଷ୍ଟିଂ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ଏବେ ଅଭିନେତା ପୁଣିଥରେ ରାମ୍ପ କରିବାକୁ ଚାହୁଁଛନ୍ତି। ଆଜ୍ଞା ହଁ, ବିଗ ବି’ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟ ଅପଡେଟ ଦେବାବେଳେ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଶେଷ ଇଚ୍ଛା ବାଣ୍ଟିଛନ୍ତି।
ସୂଚନାଯୋଗ୍ୟ, ହାଇଦ୍ରାବାଦରେ ନାଗ ଅଶ୍ୱିନୀଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଆକ୍ସନ ସିନ୍‌ର ଶୁଟିଂ ସମୟରେ ବିଗ ବି’ଙ୍କ ପାଦରେ ଆଘାତ ଲାଗିଥିଲା। ବର୍ତ୍ତମାନ ଅଭିନେତା ସୁସ୍ଥ ଅଛନ୍ତି। ନିକଟରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅମିତାଭ ବଚ୍ଚନ ତାଙ୍କ ପ୍ରିୟଜନଙ୍କୁ ଏହି ଖୁସି ଖବର ଦେବା ସହିତ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ବିଗ୍‌ ବି’ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ରାମ୍ପ କରୁଥିବା ନଜର ଆସିଛନ୍ତି। ରାମ୍ପ ଓ୍ବାକ୍‌ ପାଇଁ ବିଗ ବି’ କଳା ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି।

Share