ଶୁଟିଂ ସମୟରେ ଆହତ ହୋଇଥିଲେ ବିଗ୍‌ ବି, ଆଉ ତା ପରେ

ଫିଲ୍ମ ଶୁଟିଂରେ ଷ୍ଟଣ୍ଟ ସମୟରେ ଅଭିନେତାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଅନେକ ସମୟରେ ତାରକାମାନେ ଗୁରୁତର ହୋଇଥାନ୍ତି। ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଅନେକ ଥର ଫିଲ୍ମର ଶୁଟିଂ ସମୟରେ ଏପରି ଦୁର୍ଘଟଣା ଘଟିଛି ଯେ, ତାରକାମାନେ ମୃତ୍ୟୁକୁ ପାଖରୁ ଦେଖିଛନ୍ତି। ଏହି ତାଲିକାରେ ରହିଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାମ।

ଶତାବ୍ଦୀର ମେଗାଷ୍ଟାର ଅମିତାଭ ମଧ୍ୟ ସେଟ୍‌ରେ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଫିଲ୍ମ ‘କୁଲି’ର ଶୁଟିଂ ସମୟରେ ଅମିତାଭ ବଚ୍ଚନ ଏବଂ ପୁନିତ ଇସରଙ୍କ ମଧ୍ୟରେ ଫାଇଟିଂ ଦୃଶ୍ୟ ଶୁୁଟିଂ କରାଯାଉଥିଲା। ଏହି ସମୟରେ ଅମିତାଭଙ୍କ ପେଟରେ ହାତରେ ଆଘାତ ଲାଗିଥିଲା। ଏଥି ସହିତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ଏହିସମୟରେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସେ ସୁସ୍ଥ ହୋଇଥିଲେ।

Share