ବିଗ୍‌ ବି ଲେଖିଲେ କରୋନା କବିତା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୫।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ବିଗ୍‌ ବି ଅମିତାଭ ବଚ୍ଚନ ଲୋକଙ୍କୁ ସଚେତନ କରାଇବା ଲାଗି ଏକ କବିତା ଲେଖିଛନ୍ତି। ଏବେ ଏହି କବିତା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭୟଙ୍କର କରୋନା ଭୂତାଣୁଠାରୁ ଦୂରେଇ ରହିବା ଲାଗି ବିଗ୍‌ ବି କବିତା ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ସେ କବିତାକୁ ଟୁଇଟରରେ ଅପଲୋଡ୍‌ କରିଛନ୍ତିି।

ଏହା ପୂର୍ବରୁ ବିଗ୍‌ ବି ଲଗାତାର କରୋନା ମହାମାରୀ ଭୂତାଣୁ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ସେ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ପରେ ଏନେଇ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁଛି।

Share