Posted inଜାତୀୟ

ଭାଜପାକୁ ଜବରଦସ୍ତ ଟକ୍କର: ବିଜୟ ପଥରେ ଭାରତର ସବୁ ଧନୀ ମହିଳା

ହିସାର,୮।୧୦: ହରିୟାଣାର ହିସାର ଜିଲାରେ ମତ ଗଣନା ଚାଲିଛି। ଏହି ଆସନରେ ଭାଜପାର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। କଂଗ୍ରେସର ରାମନିଭା ରାଡା ଦ୍ୱିତୀୟ ସ୍ଥାନରେ ଏବଂ ଭାଜପା ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ଭାଜପାର କମଲ ଗୁପ୍ତା ଜିତିଥିଲେ।
୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପାର କମଲ ଗୁପ୍ତା ତାଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନସଭା ନିର୍ବାଚନରେ ଜିତିଥିଲେ।
ଦେଶର ଧନୀ ମହିଳା ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କୁ ସାମିଲ କରାଯାଇଛି। ୮୪ ବର୍ଷ ବୟସରେ ମଧ୍ୟ ସେ ଜିନ୍ଦଲ ଗ୍ରୁପର ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଭାଜପା ପକ୍ଷରୁ ଟିକେଟ ଦିଆଯାଇ ନ ଥିଲା। ସେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ନିକଟରେ ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ସାବିତ୍ରୀ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ ଏବଂ ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି ଜିଲାପି ଓ ଜାଟ୍‌ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ

ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ...

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ...

ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା

କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର...

ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଉଦ୍ଧବ ଠାକରେଙ୍କ ବଡ଼ ଘୋଷଣା: କଂଗ୍ରେସ-ଏନସିପି..

ପୁଣେ,୮।୧୦: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ଶିବସେନା (ଉଦ୍ଧବ...

‘ଜନତା ସଇନିଙ୍କ ଉପରେ ଦେଖାଇଲେ ଭରସା’, ହରିୟାଣା ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୦: ହରିୟାଣାରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟାବ ସଇନିଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା...

କଂଗ୍ରେସ ପାଇଁ ଦ୍ୱିତୀୟ ‘ଛତିଶଗଡ଼’ ସାବ୍ୟସ୍ତ ହେଲା ହରିୟାଣା, ଅଙ୍କ ବିଗାଡ଼ିଦେଲା ଏସବୁ କାରଣ…

ଚଣ୍ଡିଗଡ଼,୮।୧୦: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ଭାଜପା ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା...

ଅମିତ ଶାହାଙ୍କ ପୁରୁଣା ଫର୍ମୁଲା ଆଗରେ କଂଗ୍ରେସ ଚିତ୍‌ପଟାଙ୍ଗ୍‌

ଚଣ୍ଡିଗଡ,୮।୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ଏହି ଫଳାଫଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri