ଶିମ୍ଲା,୨।୧୧: ହିମାଚଳ ପ୍ରଦେଶ ଆମ ଆଦମୀ ପାର୍ଟିର ରାଜ୍ୟ ସହ-ଦାୟିତ୍ୱ ତଥା ଦିଲ୍ଲୀ ଏସଜିପିସି ସଦସ୍ୟ କୁଲୱନ୍ତ ସିଂ ଭାଟ ବୁଧବାର ଶିମଲା ପ୍ରଦେଶ କାର୍ଯ୍ୟାଳୟରେ ଭାଜପାରେ ଯୋଗ ଦେଇଛନ୍ତି। କୁଲୱନ୍ତ ଭାଜପା ଦାୟିତ୍ୱରେ ଥିବା ଅବିନାଶ ରାୟ ଖାନ୍ନା ଏବଂ ଭାଜପା ରାଜ୍ୟ ସଭାପତି ସୁରେଶ କାଶ୍ୟପଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଥିଲେ।
ଭାଜପାରେ ଯୋଗ ଦେବା ପରେ କୁଲୱନ୍ତ କହିଛନ୍ତି, ଆମ ଆଦମୀ ଦଳର କଥା ଓ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ଦେଖି ସେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ଯାହା କହୁଛି ତାହା କରୁଛି। ଦିଲ୍ଲୀ ଏବଂ ପଞ୍ଜାବରେ ଦୁର୍ନୀତି ଚରମ ସୀମାରେ ରହିଛି।
ସୂଚନାଯୋଗ୍ୟ, ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ନଭେମ୍ବର ୧୨ରେ ହେବ ଏବଂ ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ।